ଓଡିଆ କବିତା

 ◆◆କ୍ଷତାକ୍ତ ରଜ ସଂକ୍ରାନ୍ତି◆◆

ତମସା ହଟିଛି
ଅନ୍ଧାରକୁ ଖଣ୍ଡାଘାତ କରି ସୂର୍ଯ୍ୟବି ଉଠିଛି
       କିନ୍ତୁ
ହଜିଯାଇଛି ଦ୍ଵିପ୍ତି
ଆତ୍ମଗୋପନ କରିଛି ଆଷାଢ଼ ମାସର ବର୍ଷା


ଆଜିବି ଆକାଶ ଅଛି
ବାଦଲ ନାହିଁ
ଧରିତ୍ରୀର ମଧୁର ଚିତ୍କାର ନାହିଁ
              କି
ମୌସୁମୀର ପ୍ରଥମ ସିତ୍କାର ନାହିଁ


କୃଷକ ବନ୍ଧୁ ଏବେ ମଧ୍ୟ ବଞ୍ଚିଛି
ପାଖରେ ଲଙ୍ଗଳ ନାହିଁ
ହଳ ବଳଦ ନାହିଁ
     ଆଉ
ଧରିତ୍ରୀକୁ ମାତୃତ୍ୱ ପ୍ରଦାନକାରୀ ବୀଜ ନାହିଁ


ଅଖଣ୍ଡ ଆର୍ଯ୍ୟଭୂମିରେ କ୍ଷୁଦ୍ର ଗ୍ରାମ ଅଛି
ବିଳୁପ୍ତ ହୋଇଯାଇଛି ଆମ୍ବ ତୋଟା
ପକ୍ଵ ଆମ୍ବ ପଣସ ର ସୁରଭି ନାହିଁ
ଭିଜା ମାଟିର ଭୁରୁ ଭୁରୁ ଗନ୍ଧ ନାହିଁ
                 ଓ
ଗାଁ ଆମ୍ବ ତୋଟା ରେ ଦୋଳି ମଧ୍ୟ ନାହିଁ


କିଶୋର କିଶୋରୀ ଅଛନ୍ତି
ନୂତନ ରଙ୍ଗ ବେରଙ୍ଗ ର ବସ୍ତ୍ର ନାହିଁ
ଚପଳାଙ୍କ ଶୃଙ୍ଗାର ଦ୍ରବ୍ୟ ନାହିଁ
          ତଥା
ରଜ ପର୍ବ ର ଖାଦ୍ୟପେୟ ମଧ୍ୟ ନାହିଁ


କ୍ୟାଲେଣ୍ଡେରରୁ ଜାଣିହୁଏ ରଜପର୍ବ ଆସିଛି
ବସୁଧା ସହ ବାରିଧାରା ର ମିଳନ ହେଇନି
ପଲ୍ଲୀରେ ଖିଲି ଖିଲି ହସର ପସରା ନାହିଁ
                ଆଉ
ମାଳମାଳ କଙ୍କି ପ୍ରଜାପତିଙ୍କ ସଂଗୀତ ନାହିଁ


ଓଡ଼ିଆ ସଂସ୍କୃତିର ପ୍ରତିଶ୍ରୁତି ରକ୍ଷାକରି ରଜ ସଂକ୍ରାନ୍ତି ଆସିଛି
ପୁଣି ସମ୍ପୂର୍ଣ୍ଣ ବର୍ଷକ ପରେ
        ହେଲେ
ଯାନ୍ତ୍ରିକ ମନୁଷ୍ୟ ମଧ୍ୟରେ ଚଞ୍ଚଳତା ନାହିଁ
ଗ୍ରାମ୍ୟ ରମଣୀ ମୁଖରେ ଔଜଲ୍ୟତା ନାହିଁ
ନୂତନକୁ ସ୍ୱାଗତ କରିବାର ସୌଜନ୍ୟତା ନାହିଁ


ନରମି ଯାଇଛି ଆଜି ବସୁନ୍ଧରା
ସୌନ୍ଦର୍ଯ୍ୟକୁ କରିଛି ସ୍ୱୟଂ ନିର୍ବାସିତ
             ଏବଂ
ଆପଣାକୁ କରିଛି ଶୂନ୍ୟଗର୍ଭା
କାରଣ କଣ କେହି କହିପାରିବ ?
ତାର ସକ୍ରିୟତାକୁ କେହି ଫେରେଇ ପାରିବ ।
The following two tabs change content below.
Hindukranti

Hindukranti

HinduKranti is an online e-magazine, which Provides Updates on News, Politics, History, Religion. Its main aims are to present the true facts of Indian glory which is not mentioned in our textbook.

Leave a Reply

Your email address will not be published. Required fields are marked *

error

Please share the content If you like it.